ଅଶାନ୍ତ ହେଲାଣି ସମୁଦ୍ର | କେମିତି ରହିଛି ପାଣିପାଗ

ପାରାଦୀପ ଠାରୁ ୩୫୦ କିମି ଦୂରରେ ଥିବା ଘୁର୍ଣ୍ଣିଝଡ ଆଂଫାନ ଏବେଠୁ ତାର କୋପ ଆରମ୍ଭ କରିଦେଲାଣି | ପାରାଦୀପ, ଚାନ୍ଦବାଲି ଆଉ ଧାମରା ରେ ଏବେ ୫୦ ରୁ ୬୦ କିମି ବେଗରେ ପବନ ବହିବା ଆରମ୍ଭ ହେଇ ଗଲାଣି |ପାଣିପାଗ ବିଭାଗ ର ସୂଚନା କ୍ରମେ ଆଜି ମଧ୍ୟରାତ୍ର ରୁ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଆରମ୍ଭ ହେଇଯିବ|ରାତି ୧୨ ରୁ ୨ ଟା ମଧ୍ୟରେ ପବନ ର ବେଗ ୧୪୦ ରୁ ୧୬୦ ରହିବାର ସମ୍ଭାବନା ଅଛି | କାଲି  ଦ୍ବିପ୍ରହର ଯାଏ ଏଇ ଚିତ୍ର ରହିବ|ସୁନ୍ଦରବନ ରେ ଲ୍ୟାଣ୍ଡଫଳ କଲା ବେଳେ ଏହାର ବେଗ ୨୦୦ କିମି ପାଖାପାଖି ରହିବ ବୋଲି ଆଶଙ୍କା କର ଯାଉଛି |

Comments